ଝାରବନ୍ଧ ଡିଗ୍ରୀ କଲେଜର ସ୍ବଚ୍ଛତା ଅଭିଯାନ

ଝାରବନ୍ଧ ଡିଗ୍ରୀ କଲେଜରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । କଲେଜ ଏନଏସଏସ ଓ ଯୁବ ରେଡକ୍ରସ୍ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ଏନଏସଏସ ଅଧିକାରୀ ରିତାଞ୍ଜଳୀ ଗୁରୁ ତଥା ଯୁବ ରେଡକ୍ରସ୍ ଅଧିକାରୀ ମିନପ୍ରଭା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଲେଜ ପ୍ରାଙ୍ଗଣରୁ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ତଥା ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଏକ ରେଲି ବାହାରି ଝାରବନ୍ଧ ଦୂର୍ଗାପୂଜା ପ୍ରାଙ୍ଗଣ, ହସ୍ପିଟାଲ ପରିସର ତଥା ଆଖପାଖ ଅଞ୍ଚଳ ପରିଷ୍କାର କରିଥିଲେ । ଝାରବନ୍ଧ ବିଡିଓ ପର୍ଶୁରାମ ପଣ୍ଡା ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ । ଦୂର୍ଗାପୂଜା କମିଟି ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ଯାଜ୍ଞସେନୀ ନାୟକ, ନବୀନ କୁମାର ମେହେର, ଗଗନ ବିହାରୀ ଦନଶନା, ଡ଼. ଖ୍ୟାତିମୟ ତ୍ରିପାଠୀ, ରଶ୍ମି ମହାଲିଂ, ଚନ୍ଦ୍ରମଣି ବାଗ, ମନୀଷା ଭୋଇ, ବଂଶୀଧର, ବଲ୍ଲଭ, ଦୁର୍ଯୋଧନ, ପ୍ରକାଶ, ରୁକ୍ମଣୀ, ମଦନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply